ପଇସା ଦିଅ ଆଡଲ୍ଟ ଫଟୋ ବନାଅ ! ଏଲନ ମସ୍କଙ୍କର Xରେ ଆସିଲା ନୂଆ ଫିଚର

Published By : Prameya-News7 Bureau | August 07, 2025 IST

ନୂଆଦିଲ୍ଲୀ ୦୭।୦୮; Elon Muskଙ୍କ  ଏଆଇ ପ୍ଲାଟଫର୍ମ Grok ଏକ ନୂତନ ମୋଡ ସାମିଲ କରିଛି । ଯାହା ନାମ ହେଉଛି Spicy Mode। ଏହି ମୋଡକୁ ବ୍ୟବହାର କରିକି ଆଡଲ୍ଟ କଣ୍ଟେଣ୍ଟ ଜେନେରେଟ କରାଯାଇ ପାରିବ । ଏଲନ ମସ୍କର ଏଆଇ ଏହି ମୋଡ୍‌କୁ କେବଳ ସୁପରଗ୍ରୋକ ଓ ପ୍ରିମିୟମ ପ୍ଲସ୍‌ ଏକ୍ସ ସସ୍‌କ୍ରାଇବରଙ୍କ ପାଇଁ ଜାରି କରାଯାଇଛି । ଏହା ଆଇଓଏସ୍‌ ଆପ୍‌ରେ ହିଁ ଉପଲବ୍ଧ।

ଚର୍ଚ୍ଚାରେ Spicy Mode 

ସ୍ପାଇସି ମୋଡ୍‌ ନିଜର ଲଞ୍ଚିର କିଛି ଦିନ ପରେ ଚର୍ଚ୍ଚାକୁ ଆସିଯାଇଥିଲା । ଏହି ମୋଡ୍‌ରେ NSFE କନଟେଣ୍ଟ ଜେନେରେଟ୍‌ କରାଯାଉଛି। ସ୍ପାଇସି ମୋଡ୍‌ ରିଲିଜ ହେବା ପରେ ଅନେକ Grok ୟୁଜର୍ସ ଇମେଜ ବନାଇଛି ଏବଂ ଏହି କଣ୍ଟେଟ୍‌କୁ ଏକ୍ସ ପ୍ଲାଟଫର୍ମରେ ମଧ୍ୟ କରାଯାଇଛି । ଏହାର ଫଟୋ ଓ ଭିଡିଓକୁ ଏଡଲ୍ଟ କଣ୍ଟେଣ୍ଟ କାଟାଗରୀରେ ରଖାଯାଇଛି।

ନେବାକୁ ପଡିବ ସବସ୍କ୍ରିପସନ

ଭାରତରେ ମଧ୍ୟ ଏହି ମୋଡ ଆଭେଲବଲ ଅଛି । ଯାହା ପାଇଁ ୟୁଜର୍ସଙ୍କୁ Super Grokର ସବସ୍କ୍ରିପସନ ନେବାକୁ ପଡିବ । ଏଥିପାଇଁ ios ଆପ ବ୍ୟବହାର କରିବାକୁ ପଡିବ । ଏଲନ ମସ୍କଙ୍କ ଗ୍ରୋକ୍‌ ଏଆଇ ମଧ୍ୟ ମେଟା ଏଆଇ ଭଳି କାମ କରେ । ଯେଉଁଥିରେ ଏହି ଆପ ଏକ୍ସ ପ୍ଲାଟଫର୍ମକୁ ଯାଇ କି ଲଗ୍‌ ଇନ୍‌ କରି ବି ୟୁଜ କରିପାରିବେ ।

Grok AI କଣ ?

Grok ଏଆଇର ବ୍ୟବହାର କରିକି ଟେକ୍ସଟ୍‌ ଓ ଇମେଜ୍‌ କନଟେଣ୍ଟ ଆଦି ଜେନେରେଟ କରିପାରିବେ । ଏଥିପାଇଁ ୟୁଜର୍ସଙ୍କୁ ସିମ୍ପଲ ପ୍ରୋମ୍ପ୍ଟ ଦେବାକୁ ପଡେ । ଏହାପରେ ପ୍ଲାଟଫର୍ମ ଆପଣଙ୍କୁ କନଟେଣ୍ଟ ଜେନେରେଟ କରିକି ଦେବ ।ଚଳିତ ବର୍ଷ ଆରମ୍ଭରେ ଗ୍ରୋକ୍‌ ଏଆଇ ବିବାଦରେ ମଧ୍ୟ ରହି ଆସିଛି । ମାର୍ଚ୍ଚମାସରେ ଗ୍ରୋକ୍‌ ଏଆଇର ଖରାପ ଭାଷାକୁ ନେଇ ରିପ୍ଲାଏ ଟ୍ରେଡିଂରେ ଆସୁଥିଲା ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.